ଗିରଫ ହେଲେ ପଞ୍ଜାବର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା

ନୂଆଦିଲ୍ଲୀ,୨୪/୫: ପଞ୍ଜାବର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ ହୋଇଛନ୍ତି । ତାଙ୍କୁ ମନ୍ମ୍ଳରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ବହିଷ୍କାର କରିଥିବା ବେଳେ ଏସିବି ବର୍ତ୍ତମାନ ତାଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ତାଙ୍କ ବିରୋଧରେ ଲାଂଚ ନେଇଥିବା ପ୍ରମାଣ ପାଇବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିଲା । ସୂଚନାଯୋଗ୍ୟ ଯେ  ସ୍ୱାସ୍ଥ୍ୟ ବିଭାଗର କିଛି ଠିକାଦାରଙ୍କ ଠାରୁ ୧ ପ୍ରତିଶତ କମିଶନ ନେବାକୁ ସେମାନଙ୍କ ସହ ଚୁକ୍ତି କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।