ରାଜ୍ୟସଭା ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର,୨୪/୫: ରାଜ୍ୟସଭା ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ପୂର୍ଣ୍ଣକାଳୀନ ଆସନ ପାଇଁ ନିର୍ବାଚନ ହେବ । ସୂଚନା ଅନୁଯାୟୀ ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ମେ’ ୩୧ ଯାଏଁ ଚାଲିବ ନାମାଙ୍କନ ପତ୍ର ଦାଖଲ ହେବ । ଏବଂ ଜୁନ୍ ୩ରେ ନାମାଙ୍କନ ପତ୍ର ପ୍ରତ୍ୟାହର ହେବ । ୧୦ତାରିଖ ସକାଳ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଏହାପରେ ଅପରାହ୍ନ ୫ଟା ପ୍ରକାଶ ପାଇବ ଫଳାଫଳ । ସାଂସଦ ଏନ୍ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ନିର୍ବାଚନ ହେବ ।