ଆରପାରିରେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ

ଭୁବନେଶ୍ୱର : ଆଉ ନାହାନ୍ତି ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ସିପିଆଇଏମ୍ ନେତା ଶିବାଜୀ ପଟ୍ଟନାୟକ ତିନିଥର ସାଂସଦ ରହିଆସିଥିଲେ । ସେ ୧୯୭୭ରୁ ୮୦ ଯାଏଁ, ୧୯୮୯ରୁ ୯୧ ଯାଏଁ ଏବଂ ୧୯୯୧ରୁ ୯୬ ଯାଏଁ ଭୁବନେଶ୍ୱରର ସାଂସଦ ଥିଲେ । ସେ ଓଡ଼ିଶାରେ ସିପିଆଇଏମର ଅନ୍ୟତମ ଫାଉଣ୍ଡର ଥିଲେ ।

ଏହାଛଡ଼ା ସେ ସିପିଆଇଏମର ରାଜ୍ୟ ସାଧାରଣ ସଂପାଦକ ଥିଲେ । ସେହିପରି ସିଟୁର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୧୯୩୦, ଅଗଷ୍ଟ ୧୩ରେ ଜନ୍ମିତ ଶୀବାଜୀ ପଟ୍ଟନାୟକ ଜରୁରୀକାଳୀନ ପରିସ୍ଥିତିରେ ବହୁବର୍ଷ ଜେଲ୍ ଯାଇଥିଲେ ।