ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି

ପୁରୀ,୨୨/୪: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚାଲିବର୍ଷ ମଧ୍ୟ ହେବ। ରଥ କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ଆଜି ପବିତ୍ର ଭଉଁରୀ ଉତ୍ସବରେ ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି । ନାହାକା ଓ ଅଖ ସହ ଚକ ଯୋଡାଯାଇଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ହୋଇଛି । ତାଳଧ୍ୱଜ ରଥର ୭ଟି, ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି ।

ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ କରାଯାଇଥିଲା । ଅନ୍ୟପଟେ ରଥଯାତ୍ରା ପୂର୍ବରୁ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ଦଉଡି ଆସି ଶ୍ରୀକ୍ଷେତ୍ରରେ ପହଂଚିଛି । ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡି ଆସି ବଡ଼ଦାଣ୍ଡରେ ପହଂଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ତିନି ରଥର ୪ଟି ଲେଖାଏଁ ମୋଟ୍ ୧୨ ଖଣ୍ଡ ଦଉଡି ଆସି ପହଂଚିଥିବା ବେଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି ।