ପୁରାତନ ଛାତ୍ରସଂଘ ଓ ଏହାର ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୧୨: ଆଜି ଭିଡିଓ କନଫରେନସିଂ ଜରିଆରେ ପୁରାତନ ଛାତ୍ରସଂଘ ଓ ଏହାର ୱେବ୍‌ସାଇଟ୍‌ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ବିଶ୍ବସ୍ତରୀୟ ପ୍ରତିଷ୍ଠାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାରଙ୍କ 5T ଅଧୀନରେ ଏଥିପାଇଁ କାମ ଆରମ୍ଭ ହୋଇଛି। SCB ଗରିବ ଲୋକଙ୍କ ଭରସାଯୋଗ୍ୟ ଅନୁଷ୍ଠାନ । ମାନବ ସେବା ଅନୁଷ୍ଠାନକୁ ପବିତ୍ର ଅନୁଷ୍ଠାନର ପରିଚୟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।