କମିବ ପେଟ୍ରୋଲ ଓ ଡିଜେଲ୍‌ ଦାମ୍

ନୂଆଦିଲ୍ଲୀ,୨୧/୫: ମୋଟର ଗାଡି ଚଳାଉଥିବା ଚଳକଙ୍କ ପାଇଁ ଖୁସି ଖବର। ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଛି। ସେହିପରି ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଛି। ଏଣିକି ପେଟ୍ରୋଲ ଦର ଲିଟର ପିଛା ସାଢ଼େ ୯ ଟଙ୍କା, ଡିଜେଲ୍ ଲିଟର ପିଛା ୭ ଟଙ୍କା କମିବ।