ବାରବାଟୀ T-20: ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି

ଭୁବନେଶ୍ୱର,୨୦/୫: ବାରବାଟୀରେ ଭାରତ ଦକ୍ଷିଣଆଫ୍ରିକା ଟି-20 ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖରୁ ଟିକେଟ ବିକ୍ରି ହେବ । ଆସନ୍ତା।୯ ଓ ୧୦ରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ହେବ। ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ରହିବେ। OCA ବୈଠକରେ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା । ସେହିପରି ବାଲିଯାତ୍ରା ପଡିଆରେ ସର୍ବସାଧାରଣଙ୍କ ପାଇଁ  ଗାଡି ପାର୍କିଂ ବ୍ୟବସ୍ଥା ହେବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଅନ୍ୟପଟେ ଟିକେଟ ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ୟାଲେରି ନମ୍ବର ୧,୩ ଓ ୫ର ଟିକେଟ ଦର ୯୦୦ ଟଙ୍କା ହୋଇଥିବା ବେଳେ ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦ ରହିଛି। ସେହିପରି ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ୧୨ ହଜାରକୁ ବୃଦ୍ଧି ପାଇଛି। ଦର୍ଶକଙ୍କ ପାଇଁ ବିକ୍ରି ହେବ ୫୦୦୦ ଟିକେଟ୍ ।