ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ସିବିଆଇର ଚଢଉ

ନୂଆଦିଲ୍ଲୀ,୨୦/୫: ଆଜି ସକାଳୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନରେ ସିବିଆଇ ଚଢଉ କରିଥିବା ଜଣାପଡିଛି । ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି । ଏଥି ଭିତରୁ ଗୋଟିଏ ଟିମ୍ ରାବିଡି ଦେବୀଙ୍କ ସରକରୀ ଆବାସ ୧୦ ସର୍କୁଲାର ରୋଡରେ ମଧ୍ୟ ପହଞ୍ଚିଥିଲା । ସେଠାରେ ଟିମର ସମସ୍ୟ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି । ଏହି ସମୟରେ ଚଢଉ ହେଉଥିବା ବିଭିନ୍ନ ଠିକଣାରେ କାହାରି ପ୍ରବେଶକୁ କଡାକଡି ଭାବେ ନିଷେଧ କରାଯାଇଛି ।