ଆଜି ବସିବ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୮/୫ : ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ପ୍ରାୟ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଆଜି ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫେରିବା ପରେ ଅପରାହ୍ନରେ ଏହି ବୈଠକ ବସିବ।

ସୂଚନାନୁଯାୟୀ , ତାରାତାରିଣୀ ମନ୍ଦିର ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍ ରେ ପହଞ୍ଚିବା ପରେ ମନ୍ଦିର ଅଭିମୁଖେ ଗସ୍ତ କରିବେ। ଏହାପରେ ୧୦ଟା ସମୟରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ। ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ଭୁବନେଶ୍ୱର ବାହାରେ ଥିବାରୁ ସେମାନଙ୍କୁ ଭର୍ଚୁଆଲରେ ସାମିଲ ହେବାକୁ କୁହାଯାଇଛି ।
ତାରାତାରିଣୀରେ ସାଢେ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ନିକଟ ପାଦ ଦେଶରେ ଆୟୋଜିତ ସଭାରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସେହିପରି ୧୦.୫୦ ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ୧୧ ଟାରେ ଅସ୍ଥାୟୀ ହେଲିପ୍ୟାଡ୍ରୁ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି ।