୮ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର, ୩/୧୨: ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିଅସ ତଳେ ରହିିିଛି। ଏହାସହ ୮ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ବୋଲି ସୂଚନା ମିିିଳିଛି । ଫୁଲବାଣୀ ୯, ଦାରିଙ୍ଗବାଡି ୯.୫, ଭବାନୀପାଟଣା ୧୦.୫, ଅନୁଗୁଳ ୧୦.୬, ତାଳଚେର ୧୧.୭, ଝାରସୁଗୁଡ଼ା ୧୨.୨ ଡିଗ୍ରୀ, ସୁନ୍ଦରଗଡ଼ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮ , କୋରାପୁଟ, ହୀରାକୁଦ ଓ ସମ୍ବଲପୁରରେ ତାପମାତ୍ରା ୧୩.୬, ବୌଦ୍ଧ ୧୩.୫, କଟକ ୧୪.୮ ଓ ଭୁବନେଶ୍ବରରେ ୧୬.୯ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।