ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ

ନୂଆଦିଲ୍ଲୀ,୧୭/୫: ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ କରିଛି । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି ଚଢ଼ାଉ ଚାଲିଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।

ଉଲ୍ଲେଖ ଯୋଗ୍ୟ ଯେ ଏହାପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ । କିର୍ତ୍ତୀ ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କିର୍ତ୍ତୀ । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍‌ରେ ରହିବା ପରେ ଶେଷରେ ମୁକୁଳିଥିଲେ ।