କରୋନା ଟିକା କୋର୍ବେଭାକ୍ସର ଦର କମାଇଲା ନିର୍ମାତା କଂପାନୀ

ନୂଆଦିଲ୍ଲୀ, ୧୬/୫: ଦେଶ ଓ ରାଜ୍ୟରେ ଏବେ କଁ ରୋନା ସ୍ଥିତି ସ୍ଥିର ରହିଛି। ତଥାପି ବିପଦ ଏଯାଏଁ ଟଳିନି। ତେଣୁ କରୋନା ଟୀକା ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଏହାରିମଧ୍ୟରେ କରୋନା ଟିକା କୋର୍ବେଭାକ୍ସର ଦର କମାଇଛି ନିର୍ମାତା କଂପାନୀ। କୋର୍ବେଭାକ୍ସ ଦର ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ ହୋଇଥିବା ନେଇ ସୂଚନା ରହିଛି।