ଅଭିନେତ୍ରୀଙ୍କ ଆତ୍ମହତ୍ୟା !ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୫/୫: ବଙ୍ଗଳା ଅଭିନେତ୍ରୀ ପଲ୍ଲବୀ ଦେଙ୍କ ଆତ୍ମହତ୍ୟା କରିିିଥିବା ନେଇ ସନ୍ଦେହ କରାଯାଉଛି। କୋଲକାତାସ୍ଥିତ ନିଜ ଘରୁ ପଲ୍ଲବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପଲ୍ଲବୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ କି ଘରୁ ସୁଇସାଇଡ୍‌ ନୋଟ୍ ମଧ୍ୟ ମିଳିନି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ କେଉଁ ପରିସ୍ଥିତି ରେ ଏହା ଘଟିଛି ଓ ଏହା ଆତ୍ମହତ୍ୟା ନା ହତ୍ୟା ତଦନ୍ତ କରାଯାଉଛି।