ଆରପାରିରେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍

ନୂଆଦିଲ୍ଲୀ,୧୫/୫: ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଙ୍କ ଦେହାନ୍ତ ହୋଇଛି। ତାଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଥିବା ସୂଚନା ରହିଛି। କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମାତ୍ର ୪୬ ବର୍ଷ ବୟସରେ ସାଇମଣ୍ଡସ୍‌ଙ୍କ ଅକାଳରେ ତାଙ୍କର ବିୟୋଗ ଘଟିଛି। ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ।