ପୁରୀରେ ଜବତ ହେଲା ୩ କେଜି ବ୍ରାଉନ ସୁଗାର

ଭୁବନେଶ୍ୱର, ୧୪/୫: ପୁରୀରେ ଜବତ ହେଲା ୩ କେଜି ବ୍ରାଉନ ସୁଗାର । ପୁରୀ ମଙ୍ଗଳାଘାଟ ଛକରୁ ଜବତ କରାଯିବା ସହ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ବାସେଳିସାହି ଥାନା ପୋଲିସ । ଏହି ଧଳା ଜହରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବାସେଳି ସାହି ଥାନା ପୁଲିସ୍ ଏବଂ ପୁରୀ ଏସଟିଏଫ ମିଳିତ ଉଦ୍ୟମରେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଛି । ଘଟଣାରେ କିଙ୍ଗପିନ୍ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ଓ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ । ଏମାନେ ସମସ୍ତେ ପୁରୀର ଯୁବକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏସପି ସୂଚନା ଦେଇଛନ୍ତି। ପୋଲିସ ନଣ୍ଡାଠାରୁ ୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରିଛି । ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।