ଦିଲ୍ଲୀ ଅଟାଳିକାରେ ଅଗ୍ନିକାଣ୍ଡ ପରେ ସଜାଗ ହେଲା ଓଡିଶା

ଭୁବନେଶ୍ୱର, ୧୪/୫: ଦିଲ୍ଲୀ ଅଟାଳିକାରେ ଅଗ୍ନିକାଣ୍ଡ ପରେ ଆଲର୍ଟ ହେଲା ଓଡ଼ିଶା।ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭କୁ କଡ଼ାକଡ଼ି ପାଇଁ ଅଗ୍ନିଶମ DG ଏସ.କେ ଉପାଧ୍ୟାୟ ଚିଠି ଲେଖିଛନ୍ତି। ହୋଟେଲ, ଲଜିଂ, ସିନେମା ହଲ ଓ ଅତିଥି ଭବନ, ସରକାରୀ କୋଠା,ଉଚ୍ଚ ଅଟ୍ଟାଳିକା ଓ ହସ୍ପିଟାଲ ଉପରେ ନଜର ରଖିବାକୁ କୁହାଯାଇଛି। ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ଆକ୍ସନ ନିଆଯିବ। ପ୍ରମାଣପତ୍ରର ନକଲ ବିଭାଗ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ସମସ୍ତ ଉଚ୍ଚ ଅଟ୍ଟାଳିକାର ନିରାପତ୍ତାର ଅଡ଼ିଟ ଓ ଅଗ୍ନି ନିରାପତ୍ତା ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।