ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା: ଘଟଣା ସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ, ୧୪/୫: ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ ଏକ ଅଟ୍ଟାଳିକାରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଅନ୍ୟପଟେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟଣା ରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗ୍ନିକାଣ୍ଡରେ ମୃତକଙ୍କ ପରିବାକୁ ୨ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମୃତକଙ୍କ ପରିବାରକୁ ୧୦ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିିିଛନ୍ତି ମୁଖ୍ୟମନ୍ତ୍ରୀ ।