ଚଳିତଥର ଆସନ୍ତା ୨୭ରେ କେରଳ ଛୁଇଁବ ମୌସୁମି

ଭୁବନେଶ୍ୱର,୧୩/୫: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ହେଉଥିଲା। କିନ୍ତୁ ଆଜିଠୁ ପୁଣିଥରେ ତାତି ବଢିଛି। ଏହାରିମଧ୍ୟରେ ଆସନ୍ତା ୨୭ରେ ମୌସୁମି କେରଳ ଛୁଇଁବା ନେଇ ସୂଚନା ମିଳିଛି। ଏଥର ସ୍ବାଭାବିକ ସମୟ ପୂର୍ବରୁ ଅର୍ଥାତ୍‌ ସଅଳ ଆସିବ ମୌସୁମି। ଆସନ୍ତା ୨୭ରେ ମୌସୁମି କେରଳ ଛୁଇଁବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରାଯାଇଛି। ସେହିପରି ଓଡିଶା କୁ ମଧ୍ୟ ଶୀଘ୍ର ମୌସୁମୀ ଛୁଇଁବା ନେଇ ଆକଳନ କରାଯାଉଛି।