ଆସନ୍ତା ୨୦ରେ ରଥଯାତ୍ରା ସମନ୍ବୟ କମିଟି ବୈଠକ

ଭୁବନେଶ୍ୱର,୧୩/୫: ପ୍ରତିବର୍ଷ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ମଧ୍ୟ ହେବ। କିନ୍ତୁ କୋଭିଡ ପାଇଁ ବିନା ଭକ୍ତ ରେ ଦୁଇ ବର୍ଷ ହେବ ରଥଯାତ୍ରା ହେଉଛି।ରଥଯାତ୍ରା ନେଇ ୨୦ରେ ବସିବ ସମନ୍ବୟ କମିଟି ବୈଠକ ବସିବ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ରଥଯାତ୍ରା ପରିଚାଳନା, ସୁରକ୍ଷା, ନୀତି ନିର୍ଘଣ୍ଟ ନେଇ ଆଲୋଚନା ମଧ୍ୟ ହେବ। ଏହି ବୈଠକ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଅନ୍ୟପଟେ ଏଥର ରଥଯାତ୍ରାବେଳେ ବଡ଼ଦାଣ୍ଡରେ ଲାଗିବ ସିସିଟିଭି । ସୁରକ୍ଷା ଦୃଷ୍ଟିରୁ ୨୩୬ CCTV କ୍ୟାମେରା ଲଗାଇବା ନେଇ ନିଷ୍ପତ୍ତି ହୋଇଛି । ରଥଯାତ୍ରା ପୂର୍ବରୁ CCTV ଲାଗିବ ଓ ଏନେଇ ଟେଣ୍ଡର ପ୍ରକ୍ରିୟା ସରିଛି ।