ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ

ଭୁବନେଶ୍ୱର,୧୩/୫: ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନ ଖାରଜ ହୋଇଛି। ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବ ନିର୍ଦ୍ଧାରିତ ମେ ୨୧ରେ ହିଁ ନିଟ୍ ପିଜି ପରୀକ୍ଷା ହେବ। ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ ବୋଲି କହିଛନ୍ତି କୋର୍ଟ। ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ରୋଗୀ ସେବା ପ୍ରଭାବିତ ହୋଇପାରେ ବୋଲିି କୋର୍ଟ କହିଛନ୍ତି।