ମୃତ ପାଇଲଟଙ୍କ ମିଳିଲା ପରିଚୟ

ଭୁବନେଶ୍ୱର,୧୩/୫: ରାୟପୁର ହେଲିକର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା। ସୂଚନାଯୋଗ୍ୟ ଯେ ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।ଟ୍ରେନିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।