ପଣ୍ଡିତ ସନ୍ତୁର ବାଦକ ଶିବ କୁମାର ଶର୍ମାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୦/୫: ବିଶିଷ୍ଟ ସନ୍ତୁର ବାଦକ ଶିବ କୁମାର ଶର୍ମାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ହୃଦଘାତରେ ଶିବ କୁମାରଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ଶିବ କୁମାରଙ୍କୁ ହୋଇଥିଲା ୮୪ ବର୍ଷ ହୋଇଥିିଲା। ତାଙ୍କପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ତୁରକୁ ଲୋକପ୍ରିୟ କରାଇବାରେ ଶିବ କୁମାରଙ୍କ ରହିଛି ବିଶିଷ୍ଠ ଭୂମିକା। ତାଙ୍କ ଦେହାନ୍ତ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିିିଛନ୍ତି।