ପୁରୀଠାରୁ ୫୯୦ ଦୂରରେ ରହିଛି ସାମୁଦ୍ରିକ ବାତ୍ୟା

ଭୁବନେଶ୍ୱର,୯/୫: ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା । ଆଜି ଅପରାହ୍ନ ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ପୋର୍ଟବ୍ଲେୟାର ଠାରୁ ପ୍ରାୟ ୮୬୦ କିଲୋମିଟର, ଆନ୍ଦ୍ରପ୍ରଦେଶର ବିଶାଖାପାଟନମ୍‌ର ଦକ୍ଷିଣ-ପୂର୍ବରେ ୪୧୦ କିଲୋମିଟର ଏବଂ ଓଡ଼ିଶାର ପୁରୀ ଠାରୁ ଦକ୍ଷିଣରେ ୫୯୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ରୁ ଜଣାପଡ଼ିଛି। ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରି ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଯିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଯିବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି । କିନ୍ତୁ ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଲାଗିଛି ।