ଆରପାରିରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କର

ଭୁବନେଶ୍ୱର,୮/୫: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ଘଟିଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ରଜତ କର ଜଣେ ସୁସାହିତ୍ୟିକ ତଥା ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ଥିଲେ ବୋଲି ସେ କହିଛନ୍ତି। ଓଡ଼ିଆ ସାରସ୍ୱତ ଜଗତକୁ ସେ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।