ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୫ ଜଣ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର,୮/୫: ଉତ୍ତରପ୍ରଦେଶର ସହାରନପୁର ଜିଲ୍ଳାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଥିବା ଲାଇସେନ୍ସପ୍ରାପ୍ତ ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଏହାପରେ ଘଟଣାସ୍ଥଳରେ  ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁୁରୁତର ଥିବା ସୂଚନା ରହିଛି। ଗୁରୁତରକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ଫ୍ୟାକ୍ଟ୍ରିରେ ୭ ରୁ ୮ ଜଣ ଲୋକ କାମ କରୁଥିଲେ । ତେବେ ଏହି ବିସ୍ଫୋରଣରେ ମୃତ ବ୍ୟକ୍ତିମାନେ ପାଖ ଗାଁର ବୋଲି ସୂଚନା ମିଳୁଛି ।