ଜାନୁଆରି ୧୫ରେ ଆସିବ ନୂଆ ଭୋଟର ତାଲିକା

ନୂଆଦିଲ୍ଲୀ, ୪/୧୨: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌. କେ. ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେହି ସମ୍ମିଳନୀରେ ଭୋଟର ତାଲିକାରେ ନାମ ଯୋଡ଼ି ବା କାଟି ପାରିବେ ଭୋଟର ବୋଲି ସୂଚନା ଦିଆଯାଇଛି । ଭୋଟର ତାଲିକାରେ ସଂଶୋଧନ ବି କରିପାରିବେ ଭୋଟର । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ  ଆବେଦନ କରିିହେବ ବୋଲି ସୂଚନା ମିିଳିଛି। ଡିସେମ୍ବର ୧୫ ଯାଏ ଆବେଦନ କରିପାରିବେ ଭୋଟର। ପରେ ଜାନୁଆରି ୧୫ରେ ନୂଆ ଭୋଟର ତାଲିକା ଆସିିିବ। ଅଫ୍‌ଲାଇନ୍‌ରେ ବିଭିନ୍ନ ଫର୍ମ ସାହାଯ୍ୟରେ କରିପାରିବେ ଆବେଦନ । ଫର୍ମ ନମ୍ବର ୬ରେ ନାଁ ଯୋଡ଼ି ହେବ, ଫର୍ମ ନମ୍ବର ୭ରେ ନାଁ କାଟିହେବ ।ଫର୍ମ ନମ୍ବର ୮ରେ ବିଭିନ୍ନ ପ୍ରକାର ସଂଶୋଧନ କରିହେବ । ୱେବ୍‌ସାଇଟ୍‌ https://t.co/wq6J5BJ3XNରେ ଆବେଦନ କରିହେବ। ମୋବାଇଲ ଆପ୍‌ରେ ମଧ୍ୟ କରିହେବ ଆବେଦନ । ଅନ୍ୟପଟେ ଡିସେମ୍ବର ୫ ଓ ୬ରେ ନିଜ ବୁଥ୍‌କୁ ଯାଇ  ଆବେଦନ କରାଯାଇପାରିବ।