ବାତ୍ୟା ପ୍ରଭାବରେ ଆସନ୍ତା ୧୦ରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬/୫: ବାତ୍ୟା ପ୍ରଭାବରେ ଆସନ୍ତା ୧୦ରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୯ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମି ରହିବ।୧୦ତାରିଖରେ ୭୦ରୁ ୮୦ କିମି ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି । ସେହିପରି ଆସନ୍ତା ୯ ତାରିଖରେ ସମୟେ ସମୟେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ କିମି ଛୁଇଁବ ଓ ୧୦ ତାରିଖରେ ସମୟେ ସମୟେ ପବନର ବେଗ ବଢି ୯୦କିମି ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ୧୦ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ  ଦିଆଯାଇଛି।