ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୬/୫: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର। ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ବାତ୍ୟା ବିପଦ ଟଳିଯାଇପାରେ ବୋଲି ଆକଳନ କରାଯାଉଛି। ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଉଛି । ସୂଚନାନୁଯାୟୀ , ଲଘୁଚାପ ବାତ୍ୟା ରୂପ ନେବା ପରେ ଆସନ୍ତା ୧୦ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ସମୁଦ୍ର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବ । ୧୧ ତାରିଖବେଳକୁ ବଦଳିଯିବ ଗତିପଥ । ଉତ୍ତର ପୂର୍ବ ଦିଗକୁ ମୁହାଁଇ ଉପକୂଳ ଠାରୁ ଦୂରେଇଯିବ । ଆସନ୍ତା ୧୦ ତାରିଖ ରାତି ୧୦ଟାବେଳକୁ ବାତ୍ୟା ବିଶାଖାପାଟଣାଠାରୁ ଦକ୍ଷିଣରେ ସମୁଦ୍ର ଭିତରେ ଗତି କରୁଥିବ । ୧୨ ତାରିଖବେଳକୁ ସମୁଦ୍ରରେଦୁର୍ବଳ ହୋଇଯିବାର ସମ୍ଭାବନା ଅଛି ।