ଆଉ କିଛି ସପ୍ତାହ ଭିତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା

ନୂଆଦିଲ୍ଲୀ,୪/ ୧୨: ମହାମାରି କରୋନା ସଂକ୍ରମଣ ରେ ଦେଶ ଘାଣ୍ଟି ହେଉଥିବା ବେଳେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଉ କିଛି ସପ୍ତାହ ଭିତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା । ଟୀକା ପ୍ରସ୍ତୁତି ପରେ ବୈଜ୍ଞାନିକଙ୍କ ଅନୁମତି ରେ ଦିଆଯିବ କୋଭିଡ୍ ଟିକା । ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ଟିକା ନେଇ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ଟିକା ମୂଲ୍ୟ ନେଇ ରାଜ୍ୟଗୁଡିକ ସହ ଆଲୋଚନା ଜାରି ରହିଛି । କୋଭିଡ୍ ଭ୍ୟାକସିନ ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ହୋଇଛି । ପ୍ରଥମେ ବରିଷ୍ଠ ନାଗରିକଙ୍କୁ  ଟିକା ଦିଆଯିବ । ଟିକା ପାଇଁ ଭାରତରେ ସ୍ବତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ ହୋଇଛି । ଭାରତରେ ଭିନ୍ନଭିନ୍ନ ପର୍ଯ୍ୟାୟରେ ତିନୋଟି ଟିକାର ପରୀକ୍ଷଣ ହେଉଛି । ଶସ୍ତା ଓ ସୁରକ୍ଷିତ ଟିକା ଉପରେ ବିଶ୍ବର ନଜର ରହିଛି ।