ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରତୀକ ସିଂହ

ଭୁବନେଶ୍ୱର,୪/୫: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ସେ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଯେ ଜନସାଧାରଣଙ୍କ ସହ ସଂପର୍କ ରଖି କାମ କରିବେ। କଟକରେ କାମ କରିବାର ଅନୁଭୂତି କାମ ଦେବ ବୋଲି ସେ କହିଛନ୍ତି। ଭୁବନେଶ୍ୱରର ବିଭିନ୍ନ ଥାନା ସହ ପ୍ରଥମେ ଆଲୋଚନା କରିବି ଓ ବିଭିନ୍ନ ଥାନାର କଣ ସବୁ ସମସ୍ୟା ଅଛି ଆଲୋଚନା କରିବେ ବୋଲି କହିଛନ୍ତି।