ପ୍ରଥମ ଥର ଗଞ୍ଜାମରୁ ଆସିଲା ୩୨ଖଣ୍ଡ ରଥକାଠ

ପୁରୀ,୩/୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ ପୁରୀରେ ମହାପ୍ରଭୁଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ।ଏହାରିମଧ୍ୟରେ ଆଜି ପ୍ରଥମ ଥର ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ଆସିଛି ୩୨ଖଣ୍ଡ ରଥକାଠ । ଏଯାଏ ୫୩୬ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଲାଣି । ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ । ଆଉ ୨୧୭ ଖଣ୍ଡ କାଠ ଆସିବ । ଉଲ୍ଲେଖ ଯୋଗ୍ୟ ଯେ ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ କାଠ ଆସିଥିବା ସୂଚନା ମିଳିଛି।