ଜର୍ମାନୀରେ ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩/୫: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜର୍ମାନୀରେ ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଯୁଦ୍ଧରେ କାହାର ବିଜୟ ହେବନି, ସମସ୍ତଙ୍କର କ୍ଷତି ହେବ । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଶାନ୍ତି ଉପରେ ପଡ଼ିଛି । ପ୍ରତ୍ୟେକ ଦେଶ ପରସ୍ପର ଉପରେ ନିର୍ଭରଶୀଳ, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଯୁଦ୍ଧର ପ୍ରଥମ ଦିନରୁ ଭାରତ ଯୁଦ୍ଧ ବିରାମ ପାଇଁ କହିଆସିଛି । ଆଗକୁ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଅପିଲ୍ କରିବ ।ୟୁକ୍ରେନକୁ ଭାରତ ମାନବୀୟ ସହାୟତା ଯୋଗାଇ ଆସିଛି । ଏହା ଭବିଷ୍ୟତରେ ମଧ୍ୟ ଜାରି ରହିବ । ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଗସ୍ତ ମମୟରେ ଜର୍ମାନୀ ଓ ଭାରତ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜର୍ମାନୀ ସମେତ ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ବେଳେ ମୋଦୀଙ୍କର ୨୫ଟି ବୈଠକ ରହିଥିବା ବେଳେ ୮ ୟୁରୋପୀୟ ନେତାଙ୍କୁ ଭେଟିବେ ବୋଲି ସୂଚନା ରହିଛି ।