ରାଜ୍ୟରେ ଆଜି ଦିନକରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨/୫: ସୁଧୁରିଛି କରୋନା ଅବସ୍ଥା। ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬ ଓ ସ୍ଥାନୀୟ ଅଞ୍ଚଳରୁ ୫ ରୋଗୀ ଚିହ୍ନଟ ହୋଇନାହାନ୍ତି। ୦-୧୮ ବର୍ଷ ଭିତରେ ୪ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୦୬୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୨,୭୮,୮୦୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।