ଦେଶରେ ହିଟ୍ଓ୍ବେଭକୁ ନେଇ ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ,୧/୫: ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେହିପରି ରାଜ୍ୟରେ ମଧ୍ୟ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହୁଛି।ଦେଶରେ ହିଟ୍ଓ୍ବେଭକୁ ନେଇ ସମସ୍ତ ରାଜ୍ୟକୁ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର। ଅଂଶୁଘାତ ମୁକାବିଲା ନେଇ ଜାତୀୟ ଆକ୍ସନ ପ୍ଲାନ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜ୍ୟର ସବୁ ଜିଲ୍ଲା ଗୁଡିକରେ ଏହାର ପାଳନ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ତାତି ଜନିତ ଅସୁସ୍ଥତା ସମ୍ପର୍କରେ ଦୈନିକ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସବୁ ଡାକ୍ତରଖାନା ଗୁଡିକରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା ରହିବ
ଆବଶ୍ୟକ ଯେମିିିତିକି ଓଆରଏସ, ବରଫ, ଶୀତଳିକରଣ ଉପକରଣ ରଖିବାକୁ ପରାମର୍ଶ ଦିଆଯାଇଛି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।