ସିଆରପିଏଫ କ୍ୟାମ୍ପରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧/୫: ସିଆରପିଏଫ କ୍ୟାମ୍ପରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବରଗଡ଼ ଗୋବିନ୍ଦପୁର ରିଜର୍ଭ ଅଫିସ୍‌ରେ ଥିବା ବାସଭବନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ଯବାନଙ୍କ ନାଁ ସୁବେଶ କୁମାର ସିଂ ଓ ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି । ସବୁ ସ୍ଥିତି ଅନୁଧ୍ୟାନ ପରେ ପୋଲିସ୍ ଏହାକୁ ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଏହାସହ ତଦନ୍ତ ମଧ୍ୟ ଜାରି ରହିଛି।