ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର,୧/୫: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଛନ୍ତି। ତିଲେଇବଣି ବିଡଓଙ୍କୁ ମାଡ଼ ମାରିବା ଘଟଣାରେ ଭୁବନେଶ୍ବର ବାସଭବନରୁ ବିଧାୟକଙ୍କୁ ଗରଫ କରାଯାଇଥିବା ସୂଚନା ମିିଳିଛି। ଦେବଗଡ ଥାନା ପୋଲିସ ଚଢାଉ କରି ଗିରଫ କରିଛି । ତାଙ୍କ ସହ ତାଙ୍କର ୨ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ୨ ସହଯୋଗୀ ହେଲେ ଅକାଳୁ ଧଳ ଓ କୁମରମଣି ସାହୁ । ସୂଚନାଯୋଗ୍ୟ ଯେ ଗତକାଲି ଭାଲିଆଗୁଡି ଗ୍ରାମରେ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଧାୟକ ଓ ତାଙ୍କ ସମର୍ଥକ ।