ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୩୦/୪: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାରିମଧ୍ୟରେ ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ । ୬ଟାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୯ଟାରେ ଛୁଟି ହେବ ବୋଲି ସ୍ଥିର କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ୩ୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।ସେମାନେ ସକାଳ ୬ରୁ ସ୍କୁଲ ଆସିବେ । ଅନ୍ୟପଟେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।