ରଥଯାତ୍ରାକୁ ନେଇ ମେ ୫ରେ ବସିବ ପ୍ରଥମ ସମନ୍ୱୟ ବୈଠକ

ପୁରୀ,୩୦/୪: ଆସନ୍ତା ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇ ପାରିବ ସେନେଇ ଏକ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି , ବରିଷ୍ଠ ପ୍ରଶାସନିକ ଅଧିକାରୀ , ସେବାୟତ ମାନେ ଉପସ୍ଥିତ ରହିଥିଲେ । ସେହିପରି ରଥ ଖଳାରେ ତିନି ରଥର ନିର୍ମାଣ ନେଇ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ତେବେ ଚଳିତ ବର୍ଷ ରଥଯାତ୍ରା ନେଇ ଆସନ୍ତା ୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବାର ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଦୁଇ ବର୍ଷ ପରେ ହେବ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ । ପୁରୀ ପୌର ସଦନରେ ଦିନ ୧୧ଟାରେ ବସିବ ସମନ୍ୱୟ ବୈଠକ । ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ।