ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଭୁବନେଶ୍ୱର,୩୦/୪: ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଯେଉଁଥିରେ ସୂଯ୍ୟଙ୍କ ୬୪ ପ୍ରତିଶତ ଅଂଶ ଚନ୍ଦ୍ର ଦ୍ୱାରା ଢାଙ୍କି ହୋଇଯିବ । ଏହା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଥିବାବେଳେ, ଆଗାମୀ ଅକ୍ଟୋବର ମାସ ୨୫ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ଭାରତୀୟ ସମୟ ଅନୁସାରେ ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରି ୧୨ଟା ୧୫ରୁୁ ଏହା ଆରମ୍ଭ ହୋଇ ମେ ୧ ତାରିଖ ଭୋର ୪ଟା ୭ ମିିନିଟ୍ ପର୍ଯ୍ୟନ୍ତ ରହିବ । ଦୀର୍ଘ ୪ ଘଣ୍ଟା ଧରି ଏହି ସୂର୍ଯ୍ୟପରାଗ ହେବ । ତେବେ ଏହି ଗ୍ରହଣ ଆଂଶିକ ହେବ । ଯେଉଁଥିରେ ଚନ୍ଦ୍ର କେବଳ ସୂର୍ଯ୍ୟଙ୍କର କିଛି ଅଂଶକୁ ହିଁ ଢାଙ୍କି ରହିବେ । ବିଶେଷଜ୍ଞମାନଙ୍କର କହିବା ଅନୁସାରେ, ଅଣ୍ଟାକର୍ଟିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗରେ ଏହା ଦେଖିବାକୁ ମିଳିବ । ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବ ନାହିଁ ।