ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ ସେବା

ଭୁବନେଶ୍ୱର,୨୯/୪: ରାଜଧାନୀ ଭୁବନେଶ୍ୱରରେ ହାଇସ୍ପିଡ୍ ଇଣ୍ଟରନେଟର ମାଗଣା ୱାଇଫାଇ ମିଳିବ । ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) । ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଆଗରୁ କେବଳ ରେଳଷ୍ଟେସନରେ ମାଗଣା ୱାଇଫାଇ ମିଳୁଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୩୫୦ଟି ସ୍ଥାନରେ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ପଏଣ୍ଟଗୁଡିକର କାର୍ଯ୍ୟ ଖୁବଶୀଘ୍ର ସରିବ ବୋଲି ବିଏସ୍‌ସିଏଲ ପକ୍ଷରୁ କୁହାଯାଇଛି । ରାଜଧାନୀବାସୀ ଓ ରାଜଧାନୀକୁ ଆସୁଥିବା ଲୋକଙ୍କୁ ଉନ୍ନତମାନର ଓ ନିରବଛିନ୍ନ ଇଣ୍ଟରନେଟ୍ ସେବା ଯୋଗାଇଦେବା ପାଇଁ ଏହିସେବା ଆରମ୍ଭ ହୋଇଛି।ସୂଚନାଯୋଗ୍ୟ ଯେ ଏହି ସୁବିଧା ପାଇବାକୁ ହେଲେ ଭୁବନେଶ୍ୱର ମି ଆପ୍‌କୁ ଡାଉନଲୋଡ୍ କରିବାକୁ ହେବ। ଏହି ଆପକୁ ଲଗଇନ୍‌ କଲେ ମୋବାଇଲ ନମ୍ବରକୁ ଓଟିପି ଯିବ। ଓଟିପି ଦେବା ପରେ ମାଗଣା ୱାଇଫାଇ ସେବା ପାଇପାରିବେ। ତେବେ କୌଣସି ସମସ୍ୟା ଆସିଲେ ସମାଧାନ ପାଇଁ ୨୪ଘଣ୍ଟିଆ କର୍ମଚାରୀ ବି ରହିବେ।