ନୂଆଦିଲ୍ଲୀ: ଟ୍ୱିଟର ପରେ ଏବେ ଟେସ୍ଲା ସିଇଓ ଏଲନ୍ ମସ୍କ କୋକାକୋଲା କମ୍ପାନୀ କିଣିବା କଥା କହିଛନ୍ତି । ଟ୍ୱିଟର କିଣିବା ପରେ ସେ ଏବେ ଗୋଟେ ପରେ ଗୋଟେ ଟ୍ୱିଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏଲନ୍ ଆଗକୁ କୋକା କୋଲା କିଣିବା କଥା କହିଛନ୍ତି । ଆଜି ଟ୍ୱିଟ କରି ଏକଥା ଜଣାଇଛନ୍ତି ଏଲନ୍ ମସ୍କ ।
Next I’m buying Coca-Cola to put the cocaine back in
— Elon Musk (@elonmusk) April 28, 2022
ସୂଚନାଯୋଗ୍ୟ ଯେ ସେ ଟ୍ୱିଟରକୁ ୪୪ ବିଲିଅନ୍ ଡଲାରରେ କିଣିଛନ୍ତି । ଏହାପରେ ସେ ଟ୍ୱିଟରରେ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଆଲୋଚନା ପରିସରକୁ ଆସିଛନ୍ତି । ଯେକୌଣସି ଗଣତାନ୍ତ୍ରୀକ ରାଷ୍ଟ୍ରରେ ବାକ୍ ସ୍ୱାଧୀନତା ନିତାନ୍ତ ଜରୁରୀ । ଏହାସହ ମାନବିକତାର ଭବିଷ୍ୟତ ଉପରେ ଚର୍ଚ୍ଚା କରିବାକୁ ଟ୍ୱିଟର ଏକ ଡିଜିଟାଲ ସ୍କୋୟାର ବୋଲି ସେ କହିଛନ୍ତି ।