ମାଆ ଶାରଳାଙ୍କ ପୀଠରେ ୫-ଟି ସଚିବ

ଭୁବନେଶ୍ୱର,୨୬/୪: ଆଜି ମାଆ ଶାରଳାଙ୍କ ପୀଠରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଏହାପରେ ବେଢ଼ା ପରିକ୍ରମା କରି ପାର୍ଶ୍ବ ମନ୍ଦିରର ସ୍ଥିତି ପରଖିଥିଲେ । ପୂରା ଶାରଳା ମନ୍ଦିରର ନକ୍ସାକୁ ଦେଖିବା ସହ ବିକାଶମୂଳକ କାର୍ଯର ଅନୁଧ୍ୟାନ କରିଥିଲେ ୫ଟି ସଚିବ । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସେବାୟତଙ୍କ ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି । ମା’ ଶାରଳା ମନ୍ଦିରର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ଯାହା ଅର୍ଥ ଲାଗିବ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି କହିଛନ୍ତି ୫ଟି ସଚିବ । ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନୂଆ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରାଦ୍ଧାଳୁଙ୍କ ସୁବିଧା ଲାଗି ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ମନ୍ଦିରର ବିକାଶ କାର୍ଯ୍ୟ କରାଯିବା ସହ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତମାନେ ଯେପରି ସ୍ବତନ୍ତ୍ର ଅନୁଭୂତି ନେଇ ଯିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି ।