ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ୱର,୨୫/୪: ତାତିରେ ଜଳିବ ସାରା ଓଡିଶା । ଆଭ୍ୟନ୍ତରୀଣ ଓଡ଼ିଶା ରେ ଆହୁରି ତାତି ବଢିବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୨୬-୨୭ ତାରିଖବେଳକୁ କେତେକ ଜାଗାରେ ତାପମାତ୍ରା ୪୫-୪୬ ଡିଗ୍ରୀ ଛୁଇଁପାରେ । ଉପକୂଳରେ ତାତି କମିଲେ ଗୁଳୁଗୁଳି ବଢ଼ିପାରେ । ଆଜି ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ତେଣୁ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ରବିବାର ସୂର୍ଯ୍ୟଙ୍କ କୋପ ଆହୁରି ବଢ଼ିଯାଇଥିଲା । ୨୮ ସହରରେ ତାତି ୪୦ ଡିଗ୍ରୀ ପାର୍‌ କରିଲା । ୮ଟି ସ୍ଥାନରେ ୪୨ ଡେଇଁଗଲା ପାରଦ । ସୋନପୁର ତାପମାତ୍ରା ୪୩.୮, ଭୁବନେଶ୍ୱର ୪୩.୩, ଅନୁଗୁଳ ୪୩.୧, ତାଳଚେର ୪୩ ଡିଗ୍ରୀରେ ଫୁଟୁଥିଲା । ୨୦୧୧ରୁ ଏବେ ସୁଦ୍ଧା ଏପ୍ରିଲରେ ଆଜିକୁ ମିଶାଇ କେବଳ ୩ଥର ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି ।