ଲଖିମପୁର ହିଂସା ମାମଲା, କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା

ନୂଆଦିଲ୍ଲୀ,୨୪/୪:ଉତ୍ତରପ୍ରଦେଶର ଲଖିମପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆଲ୍‌ହାବାଦ ହାଇକୋର୍ଟରୁ ମିଳିଥିବା ଜାମିନକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ୭ ଦିନ ଭିତରେ ଅର୍ଥାତ୍‌ ଆସନ୍ତାକାଲି ସୁଦ୍ଧା ଆତ୍ମସମର୍ପଣ ପାଇଁ କହିଥିଲେ ସୁପ୍ରିମକୋର୍ଟ।

ଉଲ୍ଲେଖ ଯୋଗ୍ୟ ଯେ ଗତ ୧୮ ତାରିଖରେ ଉତ୍ତରପ୍ରଦେଶ ଲଖିମପୁରରେ ଚାଷୀଙ୍କ ଉପରେ ଗାଡି ଚଳାଇବା ମାମଲାରେ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହାସହ ଆତ୍ମସମର୍ପଣ ପାଇଁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଥିଲେ ସର୍ବୋଚ୍ଚ କୋର୍ଟ ।

ସୂଚନା ମୁତାବକ , ୨୦୨୧ ଅକ୍ଟୋବର ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ବିଜେପି କର୍ମୀଙ୍କ ସହ ଯାଉଥିବାବେଳେ ତାଙ୍କୁ ଚାଷୀ ଘେରିଥିଲେ । ଏହି ସମୟରେ ସେ ଜିପ୍ ଚଢାଇଦେବାରୁ ଘଟଣାସ୍ଥଳରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା ।