ଜଳୁଛି ରାଜଧାନୀ, ୪୦ ଡିଗ୍ରୀ ଅତିକ୍ରମ କଲା ତାପମାତ୍ରା

ଭୁବନେଶ୍ୱର,୨୪/୪: ରାଜ୍ୟରେ ଦିନକୁ ଦିନ ଗରମ ଓ ତାତି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ବି ଜଳୁଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ବରରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଆଜି ବି ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାପମାତ୍ରା।ଦିନ ୧୧.୩୦ ସୁଦ୍ଧା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।