ଓଲଟିଲା ବସ୍, ୨୫ ଆହତ

ଭୁବନେଶ୍ୱର, ୨୪/୪: ଖଲ୍ଲିକୋଟ ସ୍ଥିତ ରମ୍ଭା ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ଯାଇ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନେ ଖଲିକୋଟ ଓ MKCG ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବସ୍‌ଟି ଚେନ୍ନାଇରୁ ୪୮ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିଲା। ପୁରୀରେ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। NH ମରାମତି କାମ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ।