ବଢୁଛି ତାତି, ୪୦ ଡିଗ୍ରୀ ଉପରେ ୨୨ ସହର

ଭୁବନେଶ୍ୱର,୨୩/୪: ରାଜ୍ୟରେ ଏବେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୨୨ ସହର ରହିଛି ଓ ସେହିପରି ୪୧ ଡିଗ୍ରୀ ଉପରେ ୯ଟି ସହର ଥିବା ରେକର୍ଡ କରାଯାାଇଛି। ୪୧.୨ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ରହିଛି। ୪୧.୭ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ରହିିିଛି। କଟକ ୪୧, ବାରପିଦା ୪୧, ବଲାଙ୍ଗିର ୪୧, ଢେଙ୍କାନାଳ ୪୧.୫ ଡିଗ୍ରୀ ଦେବଗଡ଼ ୪୧.୫, ବୌଦ୍ଧ ୪୧.୫, ପାରଳାଖେମୁଣ୍ଡିରେ ୪୧ ଡିଗ୍ରୀ ଥିବା ରେକର୍ଡ କରାଯାଇଛି।