ଆସନ୍ତା ୨୮ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨୩/୪ : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ସବୁ ସ୍କୁଲ ଓ କଲେଜ ବନ୍ଦ ଥିଲା । ଏହା ସାଙ୍ଗକୁ କୌଣସି ପରୀକ୍ଷା ମଧ୍ୟ ହୋଇ ପାରୁନଥିଲା । ଏବେ ସଂକ୍ରମଣ ହ୍ରାସ ପାଇବା ପରେ ଧୀରେ ଧୀରେ ସବୁ ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଏହାରି ମଧ୍ୟରେ ଆସନ୍ତା ୨୮ରୁ ଆରମ୍ଭ ଯୁକ୍ତଦୁଇ ପରୀକ୍ଷା ହେବ । ଏହା ପୂର୍ବରୁ ଆଜିଠୁ ହବ୍‌ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମ୍‌ରେ ହବ୍‌ ଭିତରେ ପ୍ରଶ୍ନପତ୍ର ରହିବ ।

ରାଜ୍ୟରେ ହୋଇଥିବା ସମୁଦାୟ ୨୦୧ ହବ୍‌କୁ ଆଗାମୀ ୪ ଦିନ ଭିତରେ ସମସ୍ତ ପ୍ରଶ୍ନପତ୍ର ପହଞ୍ଚିବ । ଚଳିତ ଥର ପରୀକ୍ଷା ସ୍ୱାଭାବିକ ଭାବେ ଅଫ୍‌ଲାଇନ୍‌ରେ କରାଯିବ । ୧୧୩୩ କେନ୍ଦ୍ରର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ କିଭଳି ତ୍ରୁଟିଶୂନ୍ୟ କରାଯିବ ସେନେଇ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସବୁ ପରୀକ୍ଷା ଦିନ ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ର ଗୁଡ଼ିକୁ ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ସମସ୍ତ କେନ୍ଦ୍ରରେ ୮ଟା ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷା କେନ୍ଦ୍ରରେ ଇନ୍‌ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତରେ ପ୍ରଶ୍ନପତ୍ର ଖୋଲାଯିବ ।