ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୩/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇଥିବା ସ୍ପଷ୍ଟ କରିିିଛି କ୍ରାଇମବ୍ରାଞ୍ଚ। ଏନେଇ ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା  କ୍ରାଇମବ୍ରାଞ୍ଚ ଜଣାଇଛି। ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପଚରାଉଚରା କରାଯାଉଛି। ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପାଇଁ ଉଠାଇ ନେଇଥିବା ସୂଚନା ରହିଛି । ଅନ୍ୟପଟେ ୧୦ରୁ ଅଧିକ ପୋଲିସ ଉଠାଇ ନେଇଥିବା ପତ୍ନୀ ସୁଜାତା ଅଭିଯୋଗ କରିଛନ୍ତି।