ଆକ୍ରମଣରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୨୨/୪: ଜାମ୍ମୁରେ ବଡଧରଣର ଆତଙ୍କବାଦୀ ଆକ୍ରମଣ । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁସାରେ ଏହି ଆକ୍ରମଣ ଭୋର ୪ଟା ୨୫ରେ ହୋଇଛି । ଏହି ବସରେ ୧୫ ଜଣ ସିଆଇଏଫ ଜବାନଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବା ବେଳେ ୯ ଜବାନ ଗୁରୁତର ଆହତ ହୋଇଛନ୍ତି ।

ଜାମ୍ମୁରେ ବଡଧରଣର ଆତଙ୍କବାଦୀ ଆକ୍ରମଣ । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁସାରେ ଏହି ଆକ୍ରମଣ ଭୋର ୪ଟା ୨୫ରେ ହୋଇଛି । ଏହି ବସରେ ୧୫ ଜଣ ସିଆଇଏଫ ଜବାନଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବା ବେଳେ ୯ ଜବାନ ଗୁରୁତର ଆହତ ହୋଇଛନ୍ତି ।

୨୦୧୮ ଫେବ୍ରୁଆରୀରେ ସିଞ୍ଜୁଆନ ଆର୍ମି କ୍ୟାଣ୍ଟନମେଣ୍ଟରେ ଆତଙ୍କବାଦ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିଲା । ଗତକାଲି ବାରାମୁଳା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କମାଣ୍ଡର ନିହତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ ଏବେ ବି ଜାରି ରହିଛି । ଆହୁରି ଆତଙ୍କବାଦ ଲୁଚି ରହିଥିବା ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।